![]() |
Image Source: Economic Times |
To read in English, click here
ମୁଁ ହେଲି ତାଲାବନ୍ଦ ବା lockdown। ଏହି ଚାଞ୍ଚଲ୍ୟ ଆଧୁନିକ ଦୁନିଅରେ ପ୍ରଥମ ଥର ପାଇଁ ମୁଁ ୨୦୦୧ ରେ ପାଳିତ ହୋଇଥିଲା। ୧୧ ସେପ୍ଟେମ୍ବରର ସେଇ ଆତଙ୍କବାଦୀଙ୍କ ହମଲାରୁ ତିନି ଦିନ ଧରି ଆମେରିକାରେ ଜନତାଙ୍କ ବାୟୁ ମଣ୍ଡଳରେ ତାଲାବନ୍ଦ କରାଯାଇଥିଲା। ତା'ପରେ ଅନେକ ଥର ମୁଁ ଜଣସମାଜ ରେ ଲାଗୁ ହେଉଛି ପରନ୍ତୁ ଭାରତୀୟମାନେ ମୋତେ ତା-୨୫ ମାର୍ଚ୍ଚ ୨୦୨୦ରିଖ ରୁ ପରିଚିତ ହେଲେ। ଐତିହାସିକ କରୋନା ରୋଗ ପାଇଁ ଭାରତ ସରକାର lockdown 1.0 ରେ ଏକୋଇଶ ଦିନିଆ ତାଲାବନ୍ଦ ଆରମ୍ଭ କରିଲେ । ଏହା ଥିଲା କରୋନା ପ୍ରତି ଆମର ପ୍ରଥମ ଆକ୍ରମଣ। ଅନେକ ଲୋକଙ୍କୁ ମୁଁ ପ୍ରଥମେ ଭଲ ଲାଗିଲି।କେତେ ଲୋକ ଦୂରଦର୍ଶନରେ ରାମାୟଣ, ମହାଭାରତ, ଚଳଚ୍ଚିତ୍ର ନାନା ଆଦି କାର୍ଯ୍ୟକ୍ରମ ଦେଖିଲେ। ସେମାନେ ଡାଲ୍ଗୋନା କଫି, ଚିତ୍ର ବିଚିତ୍ର ଓ ନିଜର ଭିନ୍ନ ପ୍ରକାରର ଅଭିଳାଷା କୁ ପୂର୍ଣ୍ଣ କରିଲେ କାରଣ ମୋ ପାଇଁ ତାଙ୍କ ପାଖରେ ସମୟ ହିଁ ସମୟ ଥିଲା।ଏପଟେ ସେପରି କିଛି ଅନ୍ୟ ଲୋକ ଚାଲିବା, ବ୍ୟୋମ ଏବଂ ଯୋଗ କରିଲେ। ଅନ୍ୟ ପଟ ରେ ଅନେକ ଦାଦନ ଶ୍ରମିକ ମୋତେ ଅନର୍ଗଳ ଗାଳି ଗୁଲଜ କରିଲେ। ମୋ ପାଇଁ ସେମାନେ ତାଙ୍କ ଘରୁ ପରିବାରରୁ ବଞ୍ଚିତ ହେଇକି ଲକ୍ଷ୍ମିହୀନ ହେଇକି ରହିଲେ। କରୋନା ତାର କାୟା ବିସ୍ତାର କରି ଚାଲିଥାଏ ଏବଂ ସରକାର ମୋତେ ପୁଣି ନିଜର ଅସ୍ତ୍ର ଭାବେ ବ୍ୟବହାର କରୁଥାନ୍ତି। ଶ୍ରମିକଙ୍କ ପରେ ବ୍ୟବସାୟୀ ମାନେ ମୋତେ ତାଙ୍କର ଅର୍ଥହାନି ଓ ମାନହାନି ପାଇଁ ଗାଳି ଦିଅନ୍ତି। ଓଡ଼ିଶା ରାଜ୍ୟର ଅତି ପ୍ରିୟ ସାମୁଦ୍ରିକ ଝଡ଼ ଅମ୍ପାନ ବଙ୍ଗୋପସାଗରରେ ଉତ୍ପନ ହେଉଥାଏ। ମୋତେ ଲୋକ ମାନେ ଯେତେ ମାନିକି ବାହାରେ ବୁଲୁ ନଥିଲେ, ଅମ୍ପାନ କୁ ମାନିକି ସବୁ ଘରେ ଥିଲେ। କୁନି କୁନି ଶିଶୁ ମାନେ ମୋତେ ବହୁତ ପ୍ରେମ କରିଲେ। ମୋ ମିତ୍ର ସବୁ ପୁଲିସମାନେ ମୋତେ ଜଗି ବସିଥାଆନ୍ତି। ମୁଁ ମୋ ବୟସ ର ଚତୁର୍ଥାଂଶ ରେ ଅବତୀର୍ଣ୍ଣ ହେଲି। ମୋତେ ଆଉ କେହି ସମ୍ମାନ ଦେଉ ନାହାନ୍ତି। ସମସ୍ତେ ନିଜର ସେଇ ଚାଞ୍ଚଲ୍ୟ ଜୀବନ କୁ ଫେରିବା କୁ ଅନୁସରଣ କରିଲେଣି। ମୁଁ ଅପଣ ମାନଙ୍କ ଜୀବନ ରେ ଏକ ଅଭୂଲା ସ୍ମୃତି ହୋଇ ରହିଯିବି।କିଏ ମୋତେ ଖୁସି ରେ ମନେ ପକେଇବା ତ କିଏ ଦୁଃଖ ରେ।ପରନ୍ତୁ ମୁଁ ଜଣ ସମାଜ ର ତୀବ୍ର ଗତି ର ଶ୍ରୋତ କୁ ଧୀର କରିଛି ବୋଲି ମୋର ଆଶା।
॥ ଜୟ ଜଗନ୍ନାଥ ॥