ତାଲା ବନ୍ଦ

A picture of Sambit where he is standing in the College

To read in English, click here.
ତାଲା ବନ୍ଦ ଜୀବନରେ ଅନେକ କିଛି ଅନୁଭୂତି ପ୍ରଦାନ କରିଛି । ମୁଁ ସାଧରଣ ଭାବେ ଜଣେ ଛାତ୍ର ଜୀବନ ଅତିବାହିତ କରୁଥିଲ । ସକାଳୁ ଉଠିବା ପାଠ ପଢିବା କଲେଜ ଯିବା ଅବସର ସମୟ ଚିତ୍ତ ବିନୋଦନ ପାଇଁ ଚଳଚ୍ଚିତ୍ର ଦେଖିବା ଭଲି  ଫୁଟବଲ୍ ଖେଳିବା , ଶାରୀରିକ ବ୍ୟାୟାମ ଆଦି କରୁଥିଲି ।

 ତାଲାବନ୍ଦ ଲାଗି ଦୀର୍ଘ ଦୁଇମାସ ହେଲାଣି ଘରେ ରହିବାକୁ ପଡୁଛି । ଏହି ସମୟ ରେ ବାପା ମା ଙ୍କୁ ସହଯୋଗ କରିବା ସହିତ ଖାଦ୍ୟ ପ୍ରସ୍ତୁତିର କୌଶଳ ମଧ୍ୟ କିଛି ମାତ୍ରରେ ଶିଖିବାର ହେଲା । ତାଲା ବନ୍ଦ ସମୟରେ ଭାରତ ବର୍ଷ ରେ ୨୦ କୋଟି ଶ୍ରମିକ ମାନଙ୍କ ଜୀବନ ପ୍ରକ୍ରିୟା ର ପ୍ରଭାବ ଗଭିରଭାବେ ହୃଦୟ ରେ ରେଖାପାତ କରିଛି ।

 ହିଡ ମାଟି ହିଡ ରେ ଲଦୀ ଚଳିବା ଏବଂ ବିଦେଶ ଯାତ୍ରା କରିବା ଭିତରେ ବହୁତ ପାର୍ଥକ୍ୟ ପଡ଼ିଛି । ନିଜର ବାପା ମା ଭାଇ ଭଉଣି ଜ୍ଞାତି କୁଟୁମ୍ବ ମାନଙ୍କ ପାଖରେ ଚଳିବା ଏବଂ ବାହାର ପରିବେଶ ରେ ଚଳିବା ବହୁତ ପାର୍ଥକ୍ୟ ପରିଲକ୍ଷିତ ହେଲା । 

ସାଧାରଣ ମଜଦୂର୍ ଶ୍ରେଣୀୟ ଶ୍ରମିକ ମାନେ ପାଦରେ ଚାଲି ଚାଲି ହଜାର ହଜାର ମାଇଲି ରାସ୍ତା ଅତିକ୍ରମ କରିବା , ଗର୍ଭ ବତି ମହିଳା ବାଟ ରେ ପିଲା ଜନ୍ମ କରିବା , ବାଟରେ ଲୋକ ମୂର୍ତ୍ୟୁ ବରଣ କରିବା , କୁନି କୁନି ପିଲା ପାଦରେ   ଚାଲିବା ବହୁତ ଦୁଃଖ ଦେଇଛି । ତେଣୁ ଆମଭଳି ଯୁବକ ମାନଙ୍କୁ ସମାଜ ପାଇଁ କିଛି କରିବାର ଅଛି । ଏହିଭଳି ସମସ୍ୟାରୁ ଜନ ସମାଜ କିପରି ସୁରକ୍ଷିତ ହବ ସେଥିପାଇଁ ସମାଧାନ ର ବାଟ ବାହାର କରିବା ବିଧେୟ ଅଟେ । ତେଣୁ ମୁଁ ମୋର ପ୍ରତେକ ଭାଇ ଓ ଭଉଣୀ ମନ ଙ୍କୁ ଅନୁରୋଧ କରିବି ନିଜର ର ଜ୍ଞାନ କୌଶଳ ରେ ଏହି ପରିସ୍ଥିତି ରେ ସମାଜ ପାଇଁ କିଛି ଉପକାର କଲେ ସମସ୍ତଙ୍କ ମଙ୍ଗଳ ହୁଅନ୍ତା ।

ଜୟ ଜଗନ୍ନାଥ

2 Comments

If you have any queries, you can contact us.

  1. A very valuable and important message spread through your lock down story.

    ReplyDelete
Previous Post Next Post